ରାଜ୍ୟ

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ

0
(0)

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ବିନୋଦ ପଶାୟତଙ୍କ ଜନ୍ମ ୧୯୩୫ ମସିହା ବଲାଙ୍ଗୀର ସହରର ଟିକରାପଡ଼ାଠାରେ ହୋଇଥିଲା । ୧୯୫୩ ମସିହାରେ ସେ ସମ୍ବଲପୁର ଆସି ଏହିଠାରେ ରହି ଯାଇଥିଲେ ।

ପଶାୟତ ଅଲ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ । ଏଠାରୁ ସେ ପରିଚୟ ଓ଼ ପ୍ରସିଦ୍ଧି ପାଇଥିବା କହିଛନ୍ତି । “ହାଏ କୃଷ୍ଣ ହାଏ କୃଷ୍ଣ ” ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ । ଏହି ଭଜନ ତାଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE