୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ
୨୫ରେ ଅବପାତର ରୂପ ନେବ ଲଘୁଚାପ । ୨୬ ବେଳକୁ ନେବ ଗଭୀର ଅଭପାତର ରୂପ । ୨୭ ସକାଳେ ବାତ୍ୟାର ରୂପ ନେଇପାରେ ଲଘୁଚାପ । ଏବେ ଧୀରେ ଧୀରେ ଉତ୍ତର-ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ୩ କିମି ବେଗରେ ଗତି କରୁଛି । ବଙ୍ଗୋପସାଗରରେ ବଳ ଗୋଟାଉଛି । ବାତ୍ୟା ପାଇଁ ରହିଛି ଅନୁକୂଳ ପାଗ । ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା କେଉଁଠି ମାଡ଼ ହେବ, ସେନେଇ ଏବେ ଯାଏ କୌଣସି ସୂଚନା ମିଳିନାହିଁ ।
ବଙ୍ଗୋପସାଗରରେ ସୃଷ୍ଟିହେଲା ଆଉ ଏକ ଲଘୁଚାପ । ରାଜ୍ୟରେ ଏବେ ଏକ ଲଘୁଚାପର ପ୍ରକୋପ କମିଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସକ୍ରିୟ ହୋଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଉପରେ ସକ୍ରିୟ ରହିଛି ଲଘୁଚାପ । ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବ । ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଆଗକୁ ବଢ଼ିବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓ ଦକ୍ଷିଣରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
