ଜାତୀୟ

ମୃତକଙ୍କୁ ଦେଖି କାନ୍ଦିଲେ ମୋଦି

0
(0)

ମୃତକଙ୍କୁ ଦେଖି କାନ୍ଦିଲେ ମୋଦି । ବିମାନ ଦୁର୍ଘଟଣାର ସ୍ଥିତି ଦେଖିବା ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଅହମ୍ମଦାବାଦର ଯେଉଁ ସ୍ଥାନରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା, ସେହି ସ୍ଥାନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପରେ ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ।ବିମାନ ଦୁର୍ଘଟଣାକୁ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଏୟାର ଇଣ୍ଡିଆର ଏହି ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଛି। ସେ ଲଣ୍ଡନରେ ରହୁଥିବା ତାଙ୍କ ଝିଅଙ୍କୁ ଭେଟିବାକୁ ଯାଉଥିଲେ ।

ବିଜୟ ରୂପାନୀଙ୍କ ପତ୍ନୀ ଏବେ ଲଣ୍ଡନରେ ଅଛନ୍ତି । ବିଜୟ ରୂପାନୀ ଲଣ୍ଡନରେ ପହଞ୍ଚିବା ପରେ ପତ୍ନୀଙ୍କ ସହ ଝିଅ ଘରକୁ ଯାଇଥାନ୍ତେ। ବିଜୟ ରୂପାନୀ ଦୁଇଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ରାଜକୋଟ ପଶ୍ଚିମରୁ ସେ ବର୍ତ୍ତମାନ ବିଧାୟକ ଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE