ଜାତୀୟ

ବିଦେଶ ଗସ୍ତରେ ବିଶ୍ବନେତାଙ୍କୁ ମୋଦିଙ୍କ ଉପହାର

0
(0)

ବିଦେଶ ଗସ୍ତରେ ବିଶ୍ବନେତାଙ୍କୁ ମୋଦିଙ୍କ ଉପହାର । ଭାରତର ବିଭିନ୍ନ ପାରମ୍ପରିକ କଳାକୃତିକୁ ଉପହାର ଆକାରରେ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି କଳାକୃତି ମଧ୍ୟରେ ରହିଛି ଓଡ଼ିଶାର କୋଣାର୍କ ଚକ୍ରର ପ୍ରତିକୃତି ଓ ରଘୁରାଜପୁର ପଟ୍ଟଚିତ୍ର, କଟକର ରୁପା ତାରକସୀ ପର୍ସ । ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜର୍ମାନ ଚାନସେଲର ଫ୍ରିଏଡ୍ରିଚ ମର୍ଜଙ୍କୁ କୋଣାର୍କ ଚକ୍ରର ପ୍ରତିକୃତି ଉପହାର ଦେଇଛନ୍ତି ।

କୋଣାର୍କ ଚକ୍ରର ପ୍ରତିକୃତିକୁ ବାଲିପଥରରେ ନିର୍ମାଣ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଚକ ଭଳି ପ୍ରତିକୃତିରେ ମଧ୍ୟ ୨୪ଟି ଅର ରହିଛି । ସେହିପରି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ପଟ୍ଟଚିତ୍ର ଉପହାର ଦେଇଛନ୍ତି ମୋଦି। ପଟ୍ଟଚିତ୍ର ଓଡ଼ିଶାର ପାରମ୍ପରିକ ସୁନ୍ଦର କଳାକୃତି । କାନାଡ଼ାର ଗଭର୍ଣ୍ଣର ଜେନେରାଲ ମାରି ସିମନଙ୍କୁ କଟକରୁପା ତାରକସୀ ପର୍ସ ଉପହାରରେ ଦେଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE