ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ
ଚିକିତ୍ସା ପାଇଁ ଆଜି ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ । ସକାଳ ୧୦ଟାରେ ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ସର୍ଜରୀ ହେବ । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ କୋର୍ଡିନେଟ କରୁଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ।
ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବାରୁ ଆଶୁ ଆରୋଗ୍ୟ କାମନା କରି ବିମାନବନ୍ଦର ପର୍ଯ୍ୟନ୍ତ ବିଜେଡିର ବରିଷ୍ଠ ନେତା ଯାଇପାରନ୍ତି ।
