ରାଜନୀତିରାଜ୍ୟ

କେନ୍ଦ୍ରକୁ ଗଲେ ୩ ବରିଷ୍ଠ ଅଧିକାରୀ

0
(0)

ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରଯାଇଛି। ୨୦୦୨ ବ୍ୟାଚ୍‌ର ଆଇଏଏସ୍‌ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଗିରିଶ ଏସ୍‌ଏନ୍‌ଙ୍କୁ ମିସନ ଶକ୍ତି ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଶାଳିନୀ ପଣ୍ଡିତ କେନ୍ଦ୍ରକୁ ଯିବେ। ତାଙ୍କୁ ଅର୍ଥ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ୨୦୧୧ ବ୍ୟାଚର ଆଇଏଏସ୍‌ ସମର୍ଥ ବର୍ମା ମଧ୍ୟ କେନ୍ଦ୍ରରେ ନିଯୁକ୍ତି ମିଳିଛି। ସେ ଭରତ ସରକାରଙ୍କ ବନ୍ଦର ବିଭାଗରେ ନିର୍ଦ୍ଦେଶକ ଭାବେ କାମ କରିବେ। ସେହିପରି ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ସ୍ବଧା ଦେବୀ ସିଂହ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକରୁ କେନ୍ଦ୍ର ସରକାରଙ୍କ ଜନଗଣନା ବିଭାଗରେ କାର୍ଯ୍ୟ କରିବାକୁ ନୂଆ ଦାୟିତ୍ବ ପାଇଛନ୍ତି। ସେଠାରେ ସେ ନିର୍ଦ୍ଦେଶକ ଭାବେ କାମ କରିବେ।ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ର ଡେପୁଟେସନ୍‌ରେ ଯିବା ପରେ ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ନୁନ୍‌ସାବତ ଥିରୁମାଲା ନାଏକଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ମାନସୀ ନିମ୍ଭାଲଙ୍କୁ ସ୍ବଧାଦେବୀ ସିଂହଙ୍କ ସ୍ଥାନରେ ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

ରାଜ୍ୟ ସରକାର ଆଇଏଏସ୍‌ ୨୦୧୨ ବ୍ୟାଚ୍‌ର ସୁରେନ୍ଦ୍ର କୁମାର ମୀନାଙ୍କୁ ଅନୁସୂଚିତ ଜାତି ଓ ଜନଜାତୀ ବିକାଶ ବିଭାଗର ଅତିରିକ୍ତ ସଚିବ ଦ୍ବାୟିତ୍ବ ଦେଇଥିବା ବେଳେ ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ବିଏମ୍‌ସି କମିସନର ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ଗିରିଶ ଏସ୍‌.ଏନ୍‌ଙ୍କୁ ମିସନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ନିଯୁକ୍ତି ମିଳିଛି। ଦୀପଙ୍କର ମହାପାତ୍ରଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରଣତି ଛୋଟରାୟ ଗୃହ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।

୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ନିବେଦିତା ପୃଷ୍ଟିଙ୍କୁ ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବା ବେଳେ ୨୦୧୫ ବ୍ୟାଚ୍‌ର ଆଇଏଏସ୍‌ ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି। ସଞ୍ଜୟ ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ସଚିବ ଓ ବରିଷ୍ଠ ଓଏଏସ କାହ୍ନୁଚରଣ ଧୀରଙ୍କୁ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE