ରାଜ୍ୟ

ପଶ୍ଚିମବଙ୍ଗ​‌ରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

0
(0)

ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାର ସହିତ ଫୋନଯୋଗେ କଥା ହେବା ସହିତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’। ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହାସହ ତାଙ୍କର ( ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ବୋଲି ସେ ଜଣାଇଥିଲେ।ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ବାଲେଶ୍ଵର ର ଏସ.ପି ଙ୍କୁ ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର (ପୀଡ଼ିତାଙ୍କ ବାପା) ଯଦି ଅନ୍ୟ କୌଣସି ସହାୟତାର ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମବେଦନା ଓ ସହାୟତା ପାଇଁ ପୀଡ଼ିତାଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏଠାରେ କହି ରଖୁ କି ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜରେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ ବର୍ତ୍ତମାନ ପଢୁଛନ୍ତି। ପୀଡ଼ିତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ବୋଲି ଜଣାପଡିଛି। ଶୁକ୍ରବାର ରାତି ପ୍ରାୟ ୮ଟା ୩୦ ସମୟରେ ଡାକ୍ତରୀ ଛାତ୍ରୀ ଜଣକ କଲେଜ କ୍ୟାମ୍ପସ ବାହାରେ ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଯାଇଥିଲେ। ଯୁବତୀଙ୍କୁ ଘରୋଇ ହସ୍ପିଟାଲ ପଛପଟେ ଥିବା ଏକ ରାସ୍ତାରେ ଥିବା ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ତାଙ୍କ ସହ ପାଶବିକତା କରାଯାଇଥିବା ଅଭିଯୋଗ ହୋଇଛି।

ସେପଟେ ଘଟଣାକୁ ନେଇ ମେଡିକାଲ କଲେଜ୍‌ରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଇନ୍ଦ୍ରଜିତ ସାହା ଘରୋଇ ମେଡିକାଲ କଲେଜକୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ସ୍ୱାସ୍ଥ୍ୟ ଭବନ ସୂତ୍ରରୁ ଜଣାପଡିଛି ଯେ ପୁଲିସ ତଦନ୍ତ ଉପରେ ମଧ୍ୟ ନଜର ରଖାଯାଇଛି। ପଶ୍ଚିମବଙ୍ଗର ଦୁର୍ଗାପୁରର ଘରୋଇ ମେଡିକାଲ କଲେଜର ଜଘନ୍ୟକାଣ୍ଡ ପୁଣି ଏବେ ଚାଞ୍ଚଲ୍ୟ ଖେଳାଇଛି । ଏହି ଘଟଣା ୨୦୨୪ ମସିହାର ଆରଜି କର ମେଡିକାଲ କଲେଜ ମାମଲା ମନେ ପକାଇ ଦେଉଛି ଯାହା ସାରା ଦେଶକୁ ଥରାଇ ଦେଇଥିଲା। ସେତେବେଳେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE