ରାଜ୍ୟ

ଓପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

0
(0)

ଓପିଏସ୍‌ ସ୍ତରରେ ବଡ଼ ଅଦଳବଦଳ । ୧୯ ଅତିରିକ୍ତ ଏସ୍‌ପିଙ୍କୁ ବଦଳି କଲେ ସରକାର। ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି । ସେ ତାଳଚେର ଅତିରିକ୍ତ ଏସ୍‌ପି କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଦାୟିତ୍ୱ ଦିଆଯାଇଛି। ସେ ବର୍ତ୍ତମାନ ବଲାଙ୍ଗିର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି ବରଗଡ଼ ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳ ଅତିରିକ୍ତ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି । ଏସ୍‌ଓଜି ଅତିରକ୍ତ ଏସ୍‌ପି ଅମ୍ରିତ କୁମାର ପଣ୍ଡାଙ୍କୁ ବଲାଙ୍ଗିର ଏଏସ୍‌ପି(IUCAW) ଭାବେ ଦାୟିତ୍ବ ମିଳିଛି।ରାୟଗଡ଼ା ଅତିରିକ୍ତ ଏସ୍‌ପି(IUCAW) ସ୍ବସ୍ତିକ ପଣ୍ଡାଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି। ଗୁଇନ୍ଦା ବିଭାଗ ଅତିରିକ୍ତ ଏସ୍‌ପି ସଞ୍ଜୀବ କୁମାର ଶତପଥିଙ୍କୁ ଏସ୍‌ଟିଏଫ୍ ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି।

ବରଗଡ଼ ଅତିରିକ୍ତ ଏସ୍‌ପି ଡିଆଇବି ସୌରଭ ଓଟ୍ଟାଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଅତିରିକ୍ତ ଏସ୍‌ପି ପ୍ରବୀଣ କୁମାର ବିଶ୍ୱାଳଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍‌ପିଙ୍କୁ IUCAWକୁ ବଦଳି କରାଯାଇଛି । ଇଓଡବ୍ଲୁର ଅତିରିକ୍ତ ଏସ୍‌ପି ସସ୍ମିତା ସାହୁଙ୍କୁ ଭିଜିଲାନ୍ସକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବାଲେଶ୍ୱର ଅତିରିକ୍ତ ଏସପି ଡିଆଇବି ଅଶ୍ୱିନୀ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଦେବଜିତ ଭଟ୍ଟାଚାର୍ଯ୍ୟଙ୍କୁ ବାଲେଶ୍ୱର ବଦଳି କରାଯାଇଛି ।

ସେହିପରି ପ୍ରଦୀପ କୁମାର କ୍ଷେତ୍ରୀଙ୍କୁ ବରଗଡ଼ ବଦଳି କରାଯାଇଛି । ବଲାଙ୍ଗିର IUCAWରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଗୁଣନିଧି ମଲ୍ଲିକଙ୍କୁ ଓଡ଼ିଶା ପୋଲିସ ସ୍ପେଶାଲ ବ୍ରାଞ୍ଚକୁ ବଦଳି, ଅତିରିକ୍ତ ଏସପି ଆକାଶ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ପୁଲିସ ଏକାଡେମୀକୁ ସ୍ଥାନାନ୍ତର, କେନ୍ଦୁଝର ଅତିରିକ୍ତ ଏସପି ହରପ୍ରିୟା ନାୟକଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି, କଟକ ଅତିରିକ୍ତ ଏସପି (ସିଆଇଡି) ସତ୍ୟବିକାଶ ଭୂଆଁଙ୍କୁ ଭଦ୍ରକକୁ ବଦଳି କରାଯାଇଛି। ସେହିପରି ଭଦ୍ରକ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀଙ୍କୁ ରାୟଗଡ଼ା ଅତିରିକ୍ତ ଏସପି ଭାବେ ଦାୟିତ୍ୱ ମିଳିଛି । କନ୍ଧମାଳ ଅତିରିକ୍ତ ଏସ୍‌ପି ସ୍ନେହାସିସ ସାହୁଙ୍କୁ କେନ୍ଦୁଝରର ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି। ସମ୍ବଲପୁର ଅତିରିକ୍ତ ଏସ୍‌ପି ପ୍ରକାଶ ଜେମ୍ସ ଟପ୍ପୋଙ୍କୁ ରାଉରକେଲା ବଦଳି ହୋଇଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE