ବାହାହେଲେ ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ନେତ୍ରୀ ମହୁଆ ମୈତ୍ର
ଦୀର୍ଘ ଦିନର ଚର୍ଚ୍ଚା ହେଲା ସତ । ବିବାହ ବନ୍ଧନରେ ବାନ୍ଧିହେଲେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଓ ବିଜେଡି ନେତା ପିନାକୀ ମିଶ୍ର। ଉଭୟ ଜର୍ମାନୀରେ ବିବାହ କରିଥିବା ସୂଚନା ମିଳୁଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଭାବେ ଓ ଅଳ୍ପ ଲୋକଙ୍କ ଉପସ୍ଥିତିରେ ହୋଇଥିଲା । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ “ଅପରେସନ୍ ସିନ୍ଦୂର” ବୋଲି କିଛି ଅନୁଗାମୀ ବ୍ୟଙ୍ଗାତ୍ମକ ଶବ୍ଦ ବ୍ୟବହାର କରି ଆଲୋଚନା କରୁଛନ୍ତି ।
