ଓଡ଼ିଶାକୁ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାକୁ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ର୍ନିମାଣ ୟୁନିଟ)ର ଭୂମିପୂଜନ ସମାରୋହରେ ସେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି ।
ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ଅର୍ଦ୍ଧପରିବାହୀ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।
SiCSem କଂପାନୀ ପକ୍ଷରୁ ସେମିକଣ୍ଡକ୍ଟର ୟୁନିଟ। ୨ ହଜାର ୬୭ କୋଟି ନିବେଶ କରିବ ସଂସ୍ଥା। ଏଥିରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ।
