ଜାତୀୟ

ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ହେଲେ ମନ୍ତ୍ରୀ

0
(0)

ପ୍ରଥମଥର ଗୁଜରାଟ ବିଧାନସଭାକୁ ନିର୍ବାଚିତ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସ୍ପଷ୍ଟ ହୋଇଛି । ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳରେ ୨୨ ରୁ ୨୩ ଜଣଙ୍କୁ ସ୍ଥାନ ମିଳିପାରେ । ସୂତ୍ର ସୂଚନା ମୁତାବକ ପୁରୁଣା ମନ୍ତ୍ରୀମଣ୍ଡଳରୁ ୫ ଜଣଙ୍କୁ ପୁଣି ସାମିଲ କରାଯାଇପାରେ । ଆଜି ଶପଥଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସାମିଲ ହୋଇଛନ୍ତି ।

ଗୁଜରାଟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ମୋଟ ୧୭ ଜଣ ମନ୍ତ୍ରୀ ଥିଲେ । ୮ ଜଣ କ୍ୟାବିନେଟ୍ ସ୍ତରର ମନ୍ତ୍ରୀ ଥିଲେ ଓ ବାକି ରାଜ୍ୟପାହ୍ୟା ମନ୍ତ୍ରୀ ଥିଲେ । ମୋଟ ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୧୫ ପ୍ରତିଶତ ଅର୍ଥାତ ୨୭ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଛି ।

ଏଭଳି ବଡ଼ ପରିବର୍ତ୍ତନରେ ବିଶେଷ କରି ଜାତୀୟ ଓ ସ୍ଥାନୀୟ ସନ୍ତୁଳନକୁ ଧ୍ୟାନରେ ରଖି କରାଯାଇଛି । ବିଭିନ୍ନ ଅଞ୍ଚଳରେ କ୍ୟାବିନେଟ ଓ ରାଜ୍ୟମନ୍ତ୍ରୀଙ୍କ ଚୟନ ଶ୍ରେଣୀବଦ୍ଧ ତରିକାରେ ହେବ । ସେପଟେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇପାରେ ।

ଏବେ ଏବେ ଆସିଥିବା ମନ୍ତ୍ରୀ ତାଲିକା ମୁତାବକ ଜିତୁଭାଇ ବାଘାନି, ଅର୍ଜୁନ ମେଘବାଡ଼ିଅ. ପ୍ରଦ୍ୟୁମ୍ନ ବାଜା, ନରେଶ ପଟେଲ, ରିବାବା ଜାଡେଜା, ପ୍ରବୀଣ ମାଲି, କାନ୍ତିଭାଇ ଅମୃତିଆ, ଦର୍ଶନ ବାଘେଲ, କୌଶିକ ବକରିଆ, ରମେଶ କଟାରା ଓ ତ୍ରିକମ୍ ଛାଙ୍ଗା ଶପଥ ନେବେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE