ଜାତୀୟ

ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ

5
(1)

ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନିଆଯାଇଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମାର୍କେଟିଂ ହେଡ୍ ନିଖିଲ ସୋସଲେ ଗିରଫ ହୋଇଛନ୍ତି । ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏୟାରପୋର୍ଟରୁ ନିଖିଲଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ । ଅନ୍ୟ ୩ ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି ବେଙ୍ଗାଲୁରୁ ପୁଲିସ । ବୁଧବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବିର ବିଜୟ ଉତ୍ସବ ପାଳନ ସମୟରେ ବାହାରେ ଦଳଚକଟା ସ୍ଥିତି ହୋଇଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଆରସିବି ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା ।

ଚିନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ପୁଲିସର ଏହା ପ୍ରଥମ ଗିରଫ ଘଟଣା । ମୁମ୍ବାଇ ଯିବା ସମୟରେ ଏୟାରପୋର୍ଟରୁ ଆରସିବିରୁ ମାର୍କେଟିଂ ହେଡ୍‌ ନିଖିଲ ସୋସଲେଙ୍କୁ ପୁଲିସ ଗିରଫ କରିଛି । ଏହା ସହିତ ଅନ୍ୟ ୩ ଜଣଙ୍କୁ ହେପାଜତକୁ ନେଇଛି ପୁଲିସ । ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ୩ ଅଧିକାରୀ ଗିରଫ ହୋଇଛନ୍ତି । ଆରସିବି ବିରୋଧରେ ମାମଲା ଦାୟର ହେବା ପରେ ପୁଲିସ ଏହି ବଡ଼ ଆକ୍ସନ ନେଇଛି । ସେମାନଙ୍କୁ ପଚରାଉଚରା କରାଯାଉଛି ।

ଗତ ଜୁନ୍‌ ୪ ତାରିଖରେ ଆରସିବିର ଆଇପିଏଲ୍‌ ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଅଘଟଣ ଘଟିଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୩୩ ଜଣ ଆହତ ହୋଇଥିଲେ । ମାମଲାରେ ବେଙ୍ଗାଲୁରୁ ପୁଲିସ ଆରସିବି (ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର), ଡିଏନ୍‌ଏ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ଏବଂ କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ବିରୋଧରେ ମାମଲା ରୁଜୁ କରିଛି । ବେଙ୍ଗାଲୁରୁ କୁବନ ପାର୍କ ଥାନାରେ ଏମାନଙ୍କ ବିରୋଧରେ ୩ଟି ଏଫଆଇଆର ରୁଜୁ ହୋଇଛି । ଏମାନଙ୍କ ବିରୋଧରେ ଅପରାଧୀକ ଅବହେଳା ଅଭିଯୋଗ ହୋଇଛି ।ଅନ୍ୟପଟେ ଆରସିବି ଦଳାଚକଟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପ୍ରଶଂସକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛି । ଏଥିସହ ଆହତ ଲୋକମାନଙ୍କ ଚିକିତ୍ସା ପାଇଁ ଆରସିବି ପକ୍ଷରୁ ଏକ ସମର୍ଥନ ପାଣ୍ଠି (ସପୋର୍ଟ ଫଣ୍ଡ) ଗଠନ କରାଯିବାକୁ ମଧ୍ୟ ଘୋଷଣା କରାଯାଇଛି । ଆରସିବି ଚଳିତବର୍ଷର ଆଇପିଏଲ୍‌ ଚାମ୍ପିଅନ ହୋଇଥିବାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ତୁ ତା ପୂର୍ବରୁ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ସ୍ଥିତି ଘଟି ନୀରିହ ଜୀବନ ଚାଲିଯାଇଥିଲା । ସମସ୍ତ ୧୧ ମୃତକଙ୍କ ବୟସ ୩୫ ବର୍ଷରୁ କମ୍‌ ଥିଲା ବେଳେ ୩ ଜଣ ନାବାଳକ ରହିଥିବା ଜଣାପଡିଛି ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE