ଜାତୀୟ

କଇଁଚି ସାହାଯ୍ୟରେ ଶ୍ଵଶୁରର ନାକ କାଟି ଦେଲା ଜ୍ବାଇଁ

0
(0)

ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି । କଇଁଚି ସାହାଯ୍ୟରେ ନାକ କାଟିବା ପରେ କଟା ନାକକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ରିପୋର୍ଟ ଅନୁସାରେ, ପାରିବାରିକ ବିବାଦ ସମ୍ପର୍କରେ ଅଭିଯୋଗ କରିବାକୁ ଶାଶୁ ପୋଲିସ ପାଖକୁ ଯାଉଥିଲେ । ରାସ୍ତାରେ ଜ୍ୱାଇଁ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଏହି ସମ୍ପୂର୍ଣ୍ଣ ଘଟଣାଟି ଜାଲୋର ଜିଲାର ଡୁଙ୍ଗରିର ବନ୍ଧା ଗାଁରେ ଘଟିଥିବା କୁହାଯାଉଛି । ଅଭିଯୁକ୍ତଙ୍କ ନାମ ସୋହନଲାଲ । ପୋଲିସ କହିଛି ଯେ ସୋହନଲାଲ ତାଙ୍କ ସ୍ତ୍ରୀଙ୍କ ପରିବାର ସହିତ ଦୀର୍ଘ ଦିନ ଧରି ବିବାଦ କରୁଥିଲା। ପ୍ରାୟ ଛଅ ବର୍ଷ ପୂର୍ବେ ଦୁଇଜଣଙ୍କ ବିବାହ ହୋଇଥିଲା। ସ୍ୱାମୀ-ସ୍ତ୍ରୀ ଗତ ବର୍ଷ ଧରି ଅଲଗା ରହୁଥିଲେ। ସମ୍ପ୍ରଦାୟ ପକ୍ଷରୁ ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ଏସବୁ ପ୍ରୟାସ ସତ୍ତ୍ୱେ ବିବାଦର ସମାଧାନ ହୋଇପାରିନଥିଲା। ପୋଲିସ କହିଛି ଯେ ଗତ କିଛି ଦିନ ଧରି ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଶନିବାର ସନ୍ଧ୍ୟାରେ ଘରେ ସେମାନଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ପୋଲିସ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ପୀଡିତା କେଲି ଦେବୀ ତାଙ୍କ ଜ୍ୱାଇଁ ସୋହନଲାଲଙ୍କ ବିରୋଧରେ ଅଭିଯୋଗ ଦାୟର କରିବାକୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଯାଉଥିଲେ । ଏହି ସମୟରେ, ଅଭିଯୁକ୍ତ ତାଙ୍କ ଶାଶୁଙ୍କୁ କଇଁଚିରେ ଆକ୍ରମଣ କରି ତାଙ୍କ ନାକ କାଟି ଦେଇଥିଲେ। ପୋଲିସ କହିଛି ଯେ ଅଭିଯୁକ୍ତ କଟା ନାକ ନେଇ ଘଟଣାସ୍ଥଳରୁ ପଳାଇଯାଇଛି । ସରୱାନା ପୋଲିସ ଷ୍ଟେସନର ଇନଚାର୍ଜ ମୋହନଲାଲ କହିଛନ୍ତି ଯେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି, “ପରିବାର ସଦସ୍ୟମାନେ ମହିଳାଙ୍କୁ ଚିକିତ୍ସା ପାଇଁ ଗୁଜୁରାଟର ମେହସାଣାକୁ ନେଇଯାଇଛନ୍ତି। ମହିଳା ଏବଂ ତାଙ୍କ ପରିବାରର ବୟାନ ଏପର୍ଯ୍ୟନ୍ତ ରେକର୍ଡ କରାଯାଇ ନାହିଁ।”

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE