ପୁଣି ଭଣ୍ଡ ସନ୍ୟାସୀଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର।
ପୁଣି ଭଣ୍ଡ ସନ୍ୟାସୀଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର। ତାଙ୍କ ସଂପର୍କରେ ପୁଣି ବାଣ ଛାଡ଼ି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କୁ ବି ଘେରିଛନ୍ତି।
ସେ ଆଜି ନିଜ ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି, ଯଦି ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ଶ୍ରୀ ପ୍ରତାପ ଜେନା କହୁଛନ୍ତି, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି, ତାଙ୍କର ଆଦେଶ ମାନୁଛନ୍ତି ?
ରାଜନୀତି କରନ୍ତୁ, କିନ୍ତୁ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା,ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କର ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ। ମାନବିକତା, ରାଜନୀତି ରୁ ଊର୍ଦ୍ଧ୍ବରେ। ଓଡ଼ିଆ ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ ।
