ରାଜ୍ୟ

ରାଜ୍ୟର ଆଉ ୪୪ଟି ତହସିଲରେ ଆରମ୍ଭ ହେଲା ଉପନିବନ୍ଧନ କାର୍ଯ୍ୟାଳୟ

0
(0)

ଆଜିଠୁ ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କାମ ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ୍‌ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ରାଜ୍ୟର ୪୪ଟି ତହସିଲ୍‌ରେ ଏହି ସେବା ପାଇ ପାରିବେ ଉପଭୋକ୍ତା ।

ତୃତୀୟ ମହଲା ସମ୍ମିଳନୀ କକ୍ଷରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ୨୧୭ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ୧୩ ଜିଲ୍ଲାର ୪୪ଟି ତହସିଲରେ ଆରମ୍ଭ ହୋଇଛି । ଆଉ ବାକି ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି ।

ଅନଲାଇନରେ ସ୍ଲଟ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରି ପାରିବେ ଲୋକ। ରାଜ୍ୟରେ ସର୍ବାଧିକ ମୟୁରଭଞ୍ଜରେ ୧୨ଟି ତହସିଲ, କୋରାପୁଟରେ ୭ଟି ତହସିଲ, ସମ୍ବଲପୁରରେ ୫, ଢେଙ୍କାନାଳରେ ୩ଟି, କାନ୍ଧମାଳରେ ୩ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE