ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା
ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ପ୍ରମୁଖ ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ଜେତ ପ୍ରତାପ ଯାଦବଙ୍କ ସୁରକ୍ଷା ବଢାଇଦେଇଛନ୍ତି । ସୁରକ୍ଷା ଏଜେନ୍ସୀ ନିକଟରେ ଗୃହ ମନ୍ତ୍ରଣାଳୟରକୁ ତେଜ ପ୍ରତାପ ଯାଦବ ସୁରକ୍ଷାକୁ ନେଇ ରିପୋର୍ଟ ଦେଇଛନ୍ତି । ଏହାପରେ ହିଁ ତେଜପ୍ରତାନଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
ତେବେ ତେଜ ପ୍ରତାପଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷାରେ ଆର୍ମଡ ପୋଲିସର ୧୧ ଜଣ କମାଣ୍ଡୋ, ୫ ଜଣ ଷ୍ଟାଟିକ ପୋଲିସ ଜବାନ ତାଙ୍କ ପାଖରେ ଏବଂ ଘରର ଆଖପାଖରେ ରହିବେ । ଏହାସହିତ ୬ ପିଏସଓ ୩ଟି ସିଫ୍ଟରେ ସୁରକ୍ଷାରେ ରହିବେ ।
ନିକଟରେ ମୋକାମାରେ ଦୁଲାରଚାନ୍ଦ ଯାଦବ ହତ୍ୟା ପରେ ତେଜ ପ୍ରତାପ ଯାଦବ ନିଜ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ତେଜ ପ୍ରତାପ କହିଛନ୍ତି କି, ବିହାରରେ ଦିନକୁ ଦିନ ଅପରାଧିକ ଘଟଣା ବଢିବାରେ ଲାଗିଛି । ଏହାସହିତ ନବନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ବିପଦ ରହିଛି । ନିର୍ବାଚନୀ ସିଟ୍ ପାଇଁ ତାଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ । କେନ୍ଦ୍ର ଏବଂ ରାଜ୍ୟ ସରକାର ତାଙ୍କ ସୁରକ୍ଷା ବଢାଇବା ଜରୁରୀ । ଏହାଦ୍ବାରା ସେ ନିର୍ଭୟରେ ନିର୍ବାଚନ ପ୍ରଚାର କରିପାରିବେ ।
