ମନୋରଞ୍ଜନ

କେରଳ ଷ୍ଟୋରି ୨ ରିଲିଜ ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

0
(0)

ବିପୁଳ ଅମୃତଲାଲ ଶାହଙ୍କ ନିର୍ମିତ ଚଳଚ୍ଚିତ୍ର ‘ଦ କେରଳ ‌ଷ୍ଟୋରୀ ୨’ର ରିଲିଜ ଉପରେ କେରଳ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଫିଲ୍ମର ବିଷୟବସ୍ତୁ କେରଳର ଛବିକୁ କ୍ଷତି କରିବ ବୋଲି ଅଭିଯୋଗ କରି ଏହି ମାମଲା କେରଳ ହାଇକୋର୍ଟରେ ପହଞ୍ଚି ଥିଲା। ଫିଲ୍ମ ୨୭ ତାରିଖ ମୁକ୍ତିଲାଭ କରିବାର ଥିଲା। ବୁଧବାର କୋର୍ଟ ଏହି ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚାଇ ଦେଇଥିଲେ। ଗୁରୁବାର ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, କୋର୍ଟଙ୍କ ଶେଷ ନିର୍ଣ୍ଣୟ ନଆସିବା ପର୍ଯ୍ୟନ୍ତ ଫିଲ୍ମର ରିଲିଜ ହୋଇପାରିବ ନାହିଁ।

ଜଷ୍ଟିସ ବିଚୁ କୁରିଆନ୍‌ ଥୋମାସ୍‌ ଫିଲ୍ମ କୁ ଚ୍ୟାଲେଞ୍ଜ କରି ହୋଇଥିବା ଦୁଇଟି ଆବେଦନର ଶୁଣାଣି କରି ସେନ୍ସର ବୋର୍ଡ଼କୁ ତୀବ୍ର ସମାଲୋଚନା କରିଥିଲେ। କୋର୍ଟ କହିଥିଲେ ଯେ, ପ୍ରାଥମିକ ଦୃଷ୍ଟିକୋଣରୁ ସେନ୍ସର ବୋର୍ଡ଼ ଫିଲ୍ମକୁ ସାର୍ଟିଫିକେଟ ଦେବା ସମୟରେ ମୁଣ୍ଡ ଖର୍ଚ୍ଚ କରି ନଥିବା ପରି ପ୍ରତ୍ୟୟମାନ ହେଉଛି। ସାମାଜିକ ସୌହାର୍ଦ୍ଦ ବାଧାପ୍ରାପ୍ତ ନହେବା ନେଇ ରହିଥିବା ନିର୍ଦ୍ଦେଶାବଳୀକୁ ସିବିଏଫ୍‌ସି ଅନୁସରଣ କରିନଥିବା କୋର୍ଟ କହିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE