ରାଜ୍ୟ

ଚାକିରି ବିକ୍ରି ଗୋଟିଏ ସ୍କାଣ୍ଡାଲ: ବିଜେଡି

0
(0)

ଓଡ଼ିଶାରେ ଏକ ବଡ଼ ସ୍କାଣ୍ଡାଲ ଚାଲିଛି ବୋଲି ସରକାରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ମଧ୍ୟପ୍ରଦେଶର ବ୍ୟାପକ ଦୁର୍ନୀତି ପରି ଓଡ଼ିଶାରେ ମଧ୍ୟ ନିଯୁକ୍ତିରେ ବଡ଼ କେଳେଙ୍କାରୀ ଚାଲିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ହେଉଛି । ନିକଟରେ ଏସଆଇ ପରି ଆହୁରି କେତେ ନିଯୁକ୍ତି ପରୀକ୍ଷା ସରକାର ତତକ୍ଷଣାତ ବାତିଲ କରିଛନ୍ତି । ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଦେଇଥିଲେ । ଯାହାକୁ ଆଗେଇ ନେବାରେ ବିଜେପି ସରକାର ବିଫଳ ହୋଇଛି ବୋଲି କହିଛି ବିଜେଡି । ଏସଆଇ ପରୀକ୍ଷା ବାତିଲ ନେଇ ସରକାରଙ୍କୁ ଟାର୍ଗେଟ କରି ବିଜେଡି କହିଛି, ୩୦ ସେପ୍ଟେମ୍ବରରେ ପରୀକ୍ଷା ବାତିଲ ହେଲା । କାରଣ ଶ୍ରୀକାକୁଲମ ପୋଲିସ ଆଶାୟୀଙ୍କୁ ଧରି ବ୍ରହ୍ମପୁର ପୋଲିସକୁ ଦେଲା ।

ହେଲେ ଓଡ଼ିଶା ପୋଲିସ ଶୁଖିଲାରେ ବାହା ବାହା ନେଉଛି । ୨୫ ଲକ୍ଷ ମୂଲଚାଲରେ ଏହି ପିଲାଙ୍କୁ ମକ ଡ୍ରିଲ ପାଇଁ ନିଆଯାଉଥିଲା । ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଏହି ପିଲା ଚାକିରି ପାଇଥାନ୍ତେ । OPRBକୁ ସରକାର ପରୀକ୍ଷା ଦାୟିତ୍ୱ ଦେଇଥିଲେ । OPRB ITIକୁ ଦାୟିତ୍ୱ ଦେଲା । ITI ଗୁଜରାଟର ରିଚ ମାଇନସ ଡିଜିଟାଲକୁ ଦାୟିତ୍ୱ ଦେଲେ । OPRB ଦାୟିତ୍ୱରେ ଜଣେ ସଚ୍ଚୋଟ ଅବସରପ୍ରାପ୍ତ IPS ସନ୍ତୋଷ ଉପାଧ୍ୟାୟ ଥିଲେ । ସଚ୍ଚୋଟ ବୋଲି ସେ ଏପ୍ରିଲରେ ଇସ୍ତଫା ଦେଲେ । ତାଙ୍କ ପରେ ସୁଶାନ୍ତ ନାଥ ଦାୟିତ୍ୱ ନେଲେ । ତା ପରେ ବାସ୍ତବ ଖେଳ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE