ଟମାଟୋର ମୂଲ୍ୟ କିଲୋ ପିଛା ୨୫୦ ଟଙ୍କା
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ମଧ୍ୟପ୍ରାଚ୍ୟକୁ ଗ୍ରାସ କରିଛି ପନିପରିବାର ମୂଲ୍ୟ ଆକାଶଛୁଆଁ ହୋଇଛି, ଯାହା ହାଣ୍ଡିଶାଳ ଉପରେ ବହୁତ ପ୍ରଭାବ ପକାଇଛି । UAE ଅର୍ଥନୀତି ମନ୍ତ୍ରଣାଳୟ ଏହି ଅସ୍ଥାୟୀ ମୂଲ୍ୟ ବୃଦ୍ଧିକୁ ଆଞ୍ଚଳିକ ସଙ୍କଟ ପାଇଁ ଦାୟୀ କରିଛି ।
ସୁପରମାର୍କେଟ୍ରେ ଟମାଟୋର ମୂଲ୍ୟ କିଲୋଗ୍ରାମ୍ ପିଛା ପ୍ରାୟ ୨୫୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ଯୁଦ୍ଧ ମଧ୍ୟରେ ପିଆଜ ଦର ବି ବୃଦ୍ଧି ପାଇଛି । ଗତ ସପ୍ତାହରେ ପିଆଜ କିଲୋ ପ୍ରତି ୪ ଦିରହମରେ ବିକ୍ରି ହେଉଥିଲା, କିନ୍ତୁ ଏବେ ଏହା କିଲୋ ପ୍ରତି ୭ ଦିରହମ ଅର୍ଥାତ ୧୭୫ ଟଙ୍କାରେ ପହଞ୍ଚିଛି। ଏପରି ଦର ବୃଦ୍ଧିକୁ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସେମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି ।
ତଥାପି ଅତ୍ୟାବଶ୍ୟକୀୟ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ବୃଦ୍ଧି ରିପୋର୍ଟ ପରେ UAE ସାରା ଅର୍ଥନୈତିକ ବିକାଶ ବିଭାଗ ମିଳିତ ଭାବରେ ସ୍ୱତନ୍ତ୍ର ଯାଞ୍ଚ ଦଳ ନିୟୋଜିତ କରିଛି, ଯେଉଁମାନେ ବର୍ତ୍ତମାନ ଅଯଥା ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଏକ ମିଳିତ ଜାତୀୟ ତଦାରଖ ଦଳ ମାଧ୍ୟମରେ ପ୍ରତିଦିନ ଗସ୍ତ କରୁଛନ୍ତି । ତେବେ ସାଧାରଣ ଲୋକ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ୟୁଏଇରେ ଖାଇବା ତେଲ, ଦୁଗ୍ଧ ଜାତୀୟ ଜିନିଷ, ଚାଉଳ, ଚିନି, କୁକୁଡ଼ା ପାଳନ, ଡାଲି, ରୁଟି, ଏବଂ ଗହମ ଦର ସରକାର ନିୟନ୍ତ୍ରଣ କରନ୍ତି । ସରକାରଙ୍କ ବିନା ଅନୁମତିରେ ଏହି ସବୁ ଜିନିଷ ଗୁଡ଼ିକର ଦରଦାମ୍ ବୃଦ୍ଧି କରିବା ବେଆଇନ ।
