ରାଜ୍ୟ

ଚାଷୀଙ୍କ ପାଇଁ ଗାଇଡ଼ଲାଇନ ଜାରିକଲା ଓୟୁଏଟି

0
(0)

ସମ୍ଭାବ୍ୟ ବାତ୍ୟାକୁ ଦେଖି ଚାଷୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ଓୟୁଏଟି। ଭୟଭୀତ ନ ହେବାକୁ କହିବା ସହିତ ଜାରି କରିଛି ଟୋଲଫ୍ରି ନମ୍ବର। ପରାମର୍ଶ ପାଇଁ ୧୫୫୩୩୩ କୁ ଡାଏଲ କରି ପାରିବେ ଚାଷୀ। ଓୟୁଏଟି ପକ୍ଷରୁ କୁହାଯାଇଛି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୫ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ରହିବ। ୨୬ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇପାରେ। ଫସଲ ସୁରକ୍ଷା ପାଇଁ କେତେକ ପଦକ୍ଷେପ ନେବାକୁ ଚାଷୀଙ୍କୁ କୁହାଯାଇଛି। … ସଅଳ ଓ ମଧ୍ଯମ କିସମ ଧାନ କେଣ୍ଡାରେ ଶତକଡ଼ା ୮୫ ଭାଗ ପାଚିଯାଇଥିଲେ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ । ଅମଳ ସଅଳ କିସମ ଧାନକୁ ବେଙ୍ଗଳା କରି ଦିଅନ୍ତୁ କିମ୍ବା ପଲିଥିନ୍ ଘୋଡ଼ାଇ ସୁରକ୍ଷିତ କରି ଉଚ୍ଚ ଓ ନିରାପଦ ସ୍ଥାନରେ ରଖନ୍ତୁ । ମକା ଅମଳଯୁକ୍ତ ହୋଇଥିଲେ ଥିଲେ ସେଗୁଡ଼ିକୁ ଯଥାଶୀଘ୍ର ଅମଳ କରି ଦିଅନ୍ତୁ । ପାକଳ କଳ ଅବସ୍ଥାରେ ଥିବା ଖରିଫ୍ ଚିନାବାଦାମ, ମୁଗ ଓ ବିରିକୁ ଉପାଡ଼ି ନିରାପଦ ସ୍ଥାନକୁ ନେଇ ଆସନ୍ତୁ । ଆଖୁ ଫସଲରେ ଭେଳା ବାନ୍ଧନ୍ତୁ ।

ଧାନ ଜମିରୁ ବଳକା ପାଣି ବାହାରି ଯିବା ପାଇଁ କର ନାଳୀ କରନ୍ତୁ ଓ ନାଳୀ ମୁହଁ ଖୋଲା ରଖନ୍ତୁ । ପନିପରିବା ନର୍ସରୀରୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ । ଫୁଲକୋବି, ବନ୍ଧାକୋବି ଇତ୍ୟାଦି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ । ରବି ଫସଲରେ ବର୍ତ୍ତମାନ ବୁଣାବୁଣି କାମ ବନ୍ଦ ରଖନ୍ତୁ । ବର୍ଷା ଛାଡ଼ିଗଲା ପରେ ବୁଣାବୁଣି କାମ କରନ୍ତୁ । ବର୍ଷା ଛାଡ଼ିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରାଇ ଦିଅନ୍ତୁ । ସଂପୂର୍ଣ୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା ବସ୍ଥା କରନ୍ତୁ । ଫଳ ବଗିଚାରେ ଅତ୍ୟଧିକ ପାଣି ଜମି ରହିଲେ ତାହାକୁ ନିଷ୍କାସନର ବ୍ୟବସ୍ଥା କରନ୍ତୁ । ଉପକୂଳବର୍ତ୍ତୀ ଅଂଚଳରେ କଦଳୀ ଓ ଅମୃତଭଣ୍ଡା ବଗିଚାରେ ଗଛରେ ଢିରା ଦିଅନ୍ତୁ । ଗେଣ୍ଡୁ , ଗୋଲାପ ଆଦି ଫୁଲର ମାନ ବର୍ଷା ଯୋଗୁଁ ଖରାପ ହୋଇଯିବାର ସମ୍ଭାବନା ରହିଛି । ତେଣୁ ସେଗୁଡ଼ିକୁ ତୋଳି ଦିଅନ୍ତୁ। ପାଣି ଛାଡ଼ିଗଲା ପରେ ଧାନ, ପନିପରିବା ଓ ଡାଲିଜାତୀୟ ଫସଲରେ କେତେକ ରୋଗ ପୋକ ଲାଗିବାର ସମ୍ଭାବନା ରହିଛି । ତାର ମୁକାବିଲା ପାଇଁ କେତେକ ପରାମର୍ଶ ଦିଆଯାଇଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE