ରାଜ୍ୟ

ଉତ୍କଳ ବିଲ୍ଡର୍ସର ୩୫ତମ ଗୌରବମୟ ବର୍ଷ, ୬ରୁ ‘ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ନିଭାଲ୍’

0
(0)

ଭୁବନେଶ୍ୱର : ୩୫ ବର୍ଷର ଅଟଳ ବିଶ୍ୱାସ, ଅଗ୍ରଣୀ ପ୍ରକଳ୍ପ ଏବଂ ସ୍ଥାପତ୍ୟ ଉତ୍କର୍ଷତା ପାଳନ ଅବସରରେ, ଉତ୍କଳ ବିଲ୍ଡର୍ସ ୬ ରୁ ୮ ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ହୋଟେଲ ଲାଇଫରେ ଉତ୍କଳ ଗ୍ରାଣ୍ଡ ପ୍ରପର୍ଟି ସେଲ୍ କାର୍ଣ୍ଣିଭାଲ ଆରମ୍ଭ କରିଅଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମ ‘ଉତ୍କଳ’ର ଯାତ୍ରାର ଭିନ୍ନ ଏକ ମାଇଲଖୁଣ୍ଟ ଯାହା – ପ୍ରଥମ ଥର ପାଇଁ ପ୍ରିମିୟମ୍ ଆବାସିକ ଆପାର୍ଟମେଣ୍ଟ, ଉଚ୍ଚ ସମ୍ଭାବନା ଥିବା ବାଣିଜ୍ୟିକ କାର୍ଯ୍ୟାଳୟ ଏବଂ ଦୋକାନ ଗୃହକୁ ଗୋଟିଏ ଛାତ ତଳେ ଏକତ୍ରିତ କରିବ। ଆଗ୍ରହୀ ଗ୍ରାହକମାନେ ସ୍ୱତନ୍ତ୍ର ସ୍ପଟ୍ ଅଫର୍, ଆଶ୍ଚର୍ଯ୍ୟଜନକ ଉପହାର ଓ ଆକର୍ଷଣୀୟ ସୁବିଧା ନେଇ ଓଡିଶାର ସବୁଠାରୁ ସମ୍ମିତ ଡେଭଲପର ଦ୍ବାରା ପ୍ରସ୍ତୁତ ସମିତିର ମାଲିକ ହୋଇପାରିବେ ।

ଗତ ସାଢ଼େ ତିନି ଦଶନ୍ଧି ଧରି ଉତ୍କଳ ତାର ଗୁଣବତ୍ତା, ସ୍ଥିରତା, ବିଶ୍ୱସନୀୟତା ପାଇଁ ଗ୍ରାହକ ମହଲରେ ପ୍ରସିଦ୍ଧି ଲାଭ କରିଛି। ଉତ୍କଳ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶରଦ ବୈଦ କୁହନ୍ତି “ଏହି କାର୍ନିଭାଲ୍ ସେହି ଅତୁଟ ବିଶ୍ୱାସ ପ୍ରତି ଉତ୍ସର୍ଗୀକୃତ ଏବଂ ଭବିଷ୍ୟତ ପାଇଁ ଏକ ନିମନ୍ତ୍ରଣ।” ଭୁବନେଶ୍ୱରରେ ଉତ୍କଳ ଦ୍ବାର ପ୍ରସ୍ତୁତ ଅନେକ ଗୁଡିଏ ଆବାସିକ ଏବଂ ବାଣିଜ୍ୟିକ ପ୍ରକଳ୍ପ ବର୍ତ୍ତମାନ ସମାପ୍ତ ହୋଇ ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯିବ। “ଆମେ ଉପଭୋକ୍ତାମାନଙ୍କ ପାଇଁ ଏକ ବିଶ୍ବସନୀୟ ଏବଂ ବିରଳ ୱିଣ୍ଡୋ ସୃଷ୍ଟି କରିବା ପାଇଁ ସଫଳ ହୋଇପାରିଛୁ ବୋଲି ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ଶ୍ରୀ ଅମିତ ବୈଦ କହିଛନ୍ତି । “ଘୋଷଣା ପରଠାରୁ ଚମତ୍କାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ପ୍ରକୃତରେ ଆଗରୁ କେବେ ଦେଖାଯାଇନି। ଏହ ଉପଭୋକ୍ତମାନଙ୍କ ପାଇଁ ନିବେଶର ପ୍ରକୃଷ୍ଟ ସମୟ।” ଏହି ଅବସରରେ ଉତ୍କଳ ବିଲ୍ଡର ପକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତିର ସୁଯୋଗ ରହିଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE