କ୍ରୀଡା

୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ପ୍ରତ୍ୟାବର୍ତ୍ତନ କରିବ କ୍ରିକେଟ୍‌

0
(0)

୨୦୧୮ ଲସ୍‌ ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରାଯାଉଛି । ୧୨୮ ବର୍ଷ ପରେ କ୍ରିକେଟ୍‌ ଅଲିମ୍ପିକ୍ସରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ମାତ୍ର ଏହି କ୍ରୀଡ଼ା ସାରା ବିଶ୍ୱରେ ସେତେଟା ଜନାଦ୍ରୁତ ହୋଇନି । ତେଣୁ ଅଲିମ୍ପିକ୍ସ ପାଇଁ ଦଳ କିଭଳି ଚୟନ ହେବ ତାହା ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।

ସିଙ୍ଗାପୁରରେ ଆଇସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ବସିଥିଲା । ପ୍ରତ୍ୟେକ ମହାଦେଶରୁ ଗୋଟିଏ ଦଳ ଖେଳାଇବା ନେଇ ବୈଠକରେ ଆଲୋଚନା ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜାଣିବାକୁ ମିଳିଛି । ଏମିତି ହେଲେ ଆଇସିସିର ଏକାଧିକ ପୂର୍ଣ୍ଣ ସଦସ୍ୟ ଦଳ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହେବେ । ବିଶେଷ କରି ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସୁଯୋଗ ପାଇବେ ନାହିଁ ।

ପୁରୁଷ ଓ ମହିଳା ବର୍ଗରେ ୬ଟି ଲେଖାଏଁ ଦଳ ଖେଳିବେ । ତେଣୁ ବର୍ତ୍ତମାନର ଟି-ଟ୍ୱେଣ୍ଟି ମାନ୍ୟତା ଦେଖିଲେ (ପୁରୁଷ ଓ ମହିଳା) ଏସିଆରୁ ଭାରତ, ଓସେନିଆରୁ ଅଷ୍ଟ୍ରେଲିଆ, ୟୁରୋପରୁ ଇଂଲଣ୍ଡ, ଆମେରିକା (ଉତ୍ତର ଓ ଦକ୍ଷିଣ) ରୁ ଆୟୋଜକ ଆମେରିକା କିମ୍ବା କାରବିଆନ ଦଳ ଏବଂ ଆଫ୍ରିକାରୁ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇବେ । ଆମେରିକା ଆୟୋଜକ ଦଳ ଭାବେ ସିଧାସଳଖ ଏଣ୍ଟ୍ରି ପାଇବା କଥା । କିନ୍ତୁ ଏ ବିଷୟରେ ଆଇସିସି କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହିଁ । ଯଦି ଆମେରିକା ସିଧାସଳଖ ପ୍ରବେଶ କରେ ତେବେ ଏକ କାରବିଆନ ଦଳ ଖେଳିବାର ସୁଯୋଗ ପାଇପାରେ । ନିର୍ଦ୍ଧାରିତ ଯୋଗ୍ୟତା ପର୍ଯ୍ୟାୟ ତାରିଖ ପର୍ଯ୍ୟନ୍ତ ଆଇସିସି ମାନ୍ୟତା ଅନୁସାରେ ଦଳ ଚୟନ ହେବ । ଶେଷ ଥର ୧୯୦୦ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ହୋଇଥିଲା । ୨୦୩୨ ଓ ୨୦୩୬ ସଂସ୍କରଣରେ ମଧ୍ୟ କ୍ରିକେଟ୍‌ ସାମିଲ ହୋଇପାରେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE