ଫସଲ ନଷ୍ଟ ହେଲେ ବି ମିଳିବ କ୍ଷତିପୂରଣ
ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ଯେମିତି ଫସଲ ନଷ୍ଟ ହେଲେ ବି ମିଳିବ କ୍ଷତିପୂରଣ । ହାତୀ, ବାରହା ଭଳି ବନ୍ୟଜନ୍ତୁଙ୍କ ଦ୍ବାରା ନଷ୍ଟ ହେଲେ କ୍ଷତିପୂରଣ ମିଳିବ । ଯଦି ବର୍ଷା ବା ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୁଏ ତାହାଲେ କ୍ଷତିପୂରଣ ମିଳିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଦୁଇ ପ୍ରକାର ଫସଲ ନଷ୍ଟ ପାଇଁ କ୍ଷତିପୂରଣ ମିଳିବ।
ଏହା ଘୋଷଣା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ପୂର୍ବରୁ ପ୍ରଧାନମନ୍ତ୍ରୀ ଫସଲବୀମା ଅଧିନରେ ଗୋଟିକ ପାଇଁ ମିଳୁଥିଲା କ୍ଷତିପୂରଣ । ଉଭୟ ପ୍ରକାର ଫସଲ ନଷ୍ଟ ପାଇଁ କ୍ଷତିପୂରଣ ଦେବାକୁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ଚାଷୀ ।
