କ୍ରୀଡା

ଅଷ୍ଟ୍ରେଲିଆକୁ ୪୮ ରନରେ ହରାଇଲା ଭାରତ

0
(0)

କ୍ବିନ୍ସଲାଣ୍ଡର କାରାରା ଓଭାଲ୍ସଠାରେ ଗୁରୁବାର ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଏହି ୫ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଯାଇଛି ।

ଭାରତ ଦ୍ବାରା ରଖାଯାଇଥିବା ୧୬୮ରନର ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୦ ରନ କରିଥିବାବେଳେ ମାଥ୍ୟୁ ସର୍ଟ ୨୫ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ଅକ୍ଷର ପଟେଲ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତି ଓ ଯସପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଶର୍ମା ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE